ମୋଦୀ ସରକାରଙ୍କ ଉପହାର, JEE Main ଓ ଅନ୍ୟ ପରୀକ୍ଷାଗୁଡ଼ିକର ମିଳିବ ମାଗଣା କୋଚିଂ, IIT ଶିକ୍ଷକମାନେ କରାଇବେ ପ୍ରସ୍ତୁତି

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ 6 ମାର୍ଚ୍ଚ ସୋମବାର ଏକ ଏପରି ପ୍ଲାଟଫର୍ମ ଲଞ୍ଚ କରିବ ଯେଉଁଠାରୁ ଇଞ୍ଜିନିୟରିଂ ସହିତ ବିଭିନ୍ନ ପ୍ରବେଶ ପରୀକ୍ଷା ଏବଂ ଅନ୍ୟ କମ୍ପିଟିଟିଭ୍ ଏକ୍ଜାମ୍ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନେ ମାଗଣା କୋଚିଂ ପାଇପାରିବେ।

ମୋଦୀ ସରକାରଙ୍କ ତରଫରୁ JEE Main ସହିତ ବିଭିନ୍ନ ପ୍ରତିଯୋଗିତାମୂଳକ ଓ ପ୍ରବେଶ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ବଡ଼ ଉପହାର। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ 6 ମାର୍ଚ୍ଚ ସୋମବାର ଏକ ଏପରି ପ୍ଲାଟଫର୍ମ ଲଞ୍ଚ କରିବ ଯେଉଁଠାରୁ ଇଞ୍ଜିନିୟରିଂ ସହିତ ବିଭିନ୍ନ ପ୍ରବେଶ ପରୀକ୍ଷା ଏବଂ ଅନ୍ୟ କମ୍ପିଟିଟିଭ୍ ଏକ୍ଜାମ୍ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନେ ମାଗଣା କୋଚିଂ ପାଇପାରିବେ। ଏହି ପ୍ଲାଟଫର୍ମରେ IIT ଓ IISc ଭଳି ପ୍ରତିଷ୍ଠିତ ଇନ୍ଷ୍ଟିଚ୍ୟୁଟର ଶିକ୍ଷକମାନଙ୍କର ଭିଡିଓ ଦେଖି ଛାତ୍ରଛାତ୍ରୀମାନେ ମାଗଣାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। UGC ପ୍ରମୁଖ ଏମ୍. ଜଗଦୀଶ କୁମାର ଟ୍ୱିଟ୍ କରି ଏହି ତଥ୍ୟ ଦେଇଛନ୍ତି।

ଏହି ପ୍ଲାଟଫର୍ମର ନାମ ସାଥୀ (SATHEE - Self Assessment Test and Help for Entrance Exams) ଅଟେ। Self Assessment Test and Help for Entrance Exams - ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (IIT), କାନପୁରର ସହଯୋଗରେ ପ୍ରସ୍ତୁତ କରାଯାଇଛି। UGC ପ୍ରମୁଖ ଟ୍ୱିଟ୍ରେ କହିଛନ୍ତି, ‘‘ଏହି ମଞ୍ଚର ଉଦ୍ଦେଶ୍ୟ ସମାଜରେ ସେହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଫାଙ୍କକୁ ପୂରଣ କରିବା ଯେଉଁମାନେ ମହଙ୍ଗା ପ୍ରବେଶ ପରୀକ୍ଷା କୋଚିଂର ଖର୍ଚ୍ଚ ବହନ କରିପାରିବେ ନାହିଁ। ଏହାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦୁର୍ବଳ ବିଷୟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରାଇବା ଯାହା ଦ୍ୱାରା ସେମାନେ IIT ଓ IISc ଫ୍ୟାକଲ୍ଟି ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭିଡିଓ ଦେଖି କୌଣସି ପରୀକ୍ଷା ଦେବାରେ ଆତ୍ମବିଶ୍ୱାସ ଅନୁଭବ କରିପାରିବେ। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ 6 ମାର୍ଚ୍ଚରେ ସକାଳ 10.45 ଘଣ୍ଟାରେ ଏହି ମଞ୍ଚର ଶୁଭାରମ୍ଭ କରିବେ।’

ସାଥୀରେ ଏକ୍ସପର୍ଟ ଶିକ୍ଷକମାନଙ୍କ ତରଫରୁ ଅପଲୋଡ୍ କରାଯାଇଥିବା ଭିଡିଓ ମାଧ୍ୟମରେ ପିଲାମାନେ ସେମାନଙ୍କର କଣ୍ସେପ୍ଟ ସ୍ପଷ୍ଟ କରିପାରିବେ। ଯେଉଁ ଟପିକ୍ ଗୁଡ଼ିକରେ ସେମାନେ ଦୁର୍ବଳ, ସେଗୁଡ଼ିକର ଅଧିକ ଉନ୍ନତ ପ୍ରସ୍ତୁତି କରିପାରିବେ।