ପାଠ୍ୟକ୍ରମ
ନୋଟ: 2025 ର ଆରଆରବି ଗ୍ରୁପ୍ ଡି ଅଫିସିଆଲ୍ ନୋଟିଫିକେସନ୍ କୁ ଆଧାର କରି
ପ୍ରଶ୍ନଗୁଡ଼ିକ ବହୁବିକଳ୍ପ ସହିତ ବସ୍ତୁନିଷ୍ଠ ପ୍ରକାରର ହେବ ଏବଂ ନିମ୍ନଲିଖିତ ବିଷୟଗୁଡ଼ିକୁ ସମ୍ପୃକ୍ତ ହେବା ସମ୍ଭାବନା ଅଛି:
-
ଗଣିତ: ସଂଖ୍ୟା ପ୍ରଣାଳୀ, ବୋଡମାସ୍, ଦଶମିକ, ଭଗ୍ନାଂଶ, ଲଘୁତ୍ତମ ଗୁଣିତକ, ବୃହତ୍ତମ ଗୁଣନିଷ୍ଟ, ଅନୁପାତ ଓ ସମାନୁପାତ, ଶତକଡ଼ା, କ୍ଷେତ୍ରଫଳ ନିର୍ଣ୍ଣୟ, ସମୟ ଓ କାମ, ସମୟ ଓ ଦୂରତା, ସାଧାରଣ ଓ ଚକ୍ରବୃଦ୍ଧି ବ୍ୟାଜ, ଲାଭ ଓ କ୍ଷତି, ବୀଜଗଣିତ, ଜ୍ୟାମିତି ଓ ତ୍ରିକୋଣମିତି, ପ୍ରାଥମିକ ପରିସଂଖ୍ୟାନ, ବର୍ଗମୂଳ, ବୟସ ଗଣନା, କ୍ୟାଲେଣ୍ଡର ଓ ଘଣ୍ଟା, ପାଇପ୍ ଓ ଟାଙ୍କି ଇତ୍ୟାଦି।
-
ସାଧାରଣ ବୁଦ୍ଧି ଓ ତର୍କଶକ୍ତି: ସାଦୃଶ୍ୟ, ବର୍ଣ୍ଣମାଳା ଓ ସଂଖ୍ୟା ଶ୍ରେଣୀ, କୋଡିଂ ଓ ଡିକୋଡିଂ, ଗାଣିତିକ କ୍ରିୟା, ସମ୍ପର୍କ, ସିଲୋଜିଜ୍ମ, ଜାମ୍ବଲିଂ, ଭେନ୍ ଡାଏଗ୍ରାମ, ତଥ୍ୟ ବ୍ୟାଖ୍ୟା ଓ ପ୍ରଯାପ୍ତତା, ଉପସଂହାର ଓ ନିଷ୍ପତ୍ତି ଗ୍ରହଣ, ସାଦୃଶ୍ୟ ଓ ବିଭିନ୍ନତା, ବିଶ୍ଳେଷଣାତ୍ମକ ତର୍କ, ଶ୍ରେଣୀବିଭାଗ, ଦିଗ, ବାକ୍ୟ – ଯୁକ୍ତି ଓ ଧାରଣା ଇତ୍ୟାଦି।
-
ସାଧାରଣ ବିଜ୍ଞାନ: ଏହି ପାଠ୍ୟକ୍ରମ ତଳେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ଅନ୍ତର୍ଭୁକ୍ତ ହେବ ଯାହା 10ମ ଶ୍ରେଣୀ ସ୍ତର (CBSE) ଅନୁଯାୟୀ ହେବ।
-
ବିଜ୍ଞାନ ଓ ପ୍ରଯୁକ୍ତି, କ୍ରୀଡ଼ା, ସଂସ୍କୃତି, ବ୍ୟକ୍ତିତ୍ୱ, ଅର୍ଥନୀତି, ରାଜନୀତି ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସାଧାରଣ ଜ୍ଞାନ।