ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ: JEE Main ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ଚାକରି ପରୀକ୍ଷାରେ ମାଗଣାରେ କୋଚିଂ ଦେବ କେନ୍ଦ୍ର
ଏଥର JEE Main ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ଚାକରି ପରୀକ୍ଷାରେ ମାଗଣାରେ କୋଚିଂ (Free Coaching For competitive exams) ଦେବ କେନ୍ଦ୍ରୀୟ ସରକାର (Central Government)। ଶନିବାର ଏକଥା ଜଣା ପଡ଼ିଲା ଶିକ୍ଷା ମନ୍ତ୍ରଣାଳୟ (Union Ministry of Education ) ସୂତ୍ରରୁ।
ନୂଆଦିଲ୍ଲୀ: ଏଥର JEE Main ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ଚାକରି ପରୀକ୍ଷାରେ ମାଗଣାରେ କୋଚିଂ (Free Coaching For competitive exams) ଦେବ କେନ୍ଦ୍ରୀୟ ସରକାର (Central Government)। ଶନିବାର ଏକଥା ଜଣା ପଡ଼ିଲା ଶିକ୍ଷା ମନ୍ତ୍ରଣାଳୟ (Union Ministry of Education ) ସୂତ୍ରରୁ।
ଆଗାମୀ ସୋମବାର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ପକ୍ଷରୁ ଏହି ସଂକ୍ରାନ୍ତରେ ଏକ ଅନଲାଇନ୍ ପ୍ଲାଟଫର୍ମ (online platform) ଚାଲୁ କରାଯାଉଛି। ଯେଉଁଠାରେ ଆଇଆଇଟି ( IIT) ଓ ଆଇଆଇଏସସି (IISc)-ର ଅଧ୍ୟାପକମାନଙ୍କର (professors) ଭିଡିଓ ରେକର୍ଡ (recorded videos) କରି ସେଟା ଅପଲୋଡ୍ କରିବା ମାଧ୍ୟମରେ ପ୍ରତିଯୋଗିତାମୂଳକ ଚାକରି ପରୀକ୍ଷାରେ ମାଗଣାରେ କୋଚିଂ ଦେବାର ଯୋଜନା ନିଆଯାଇଛି ନରେନ୍ଦ୍ର ମୋଦୀ ସରକାରର (Modi government) ତରଫରୁ।
ଏହି ସମ୍ପର୍କରେ ୟୁଜିସି-ର ଚେୟାରମ୍ୟାନ୍ ଜଗଦୀଶ କୁମାର (UGC Chairman Jagdish Kumar) ଜଣାଇଛନ୍ତି, ଆଗାମୀ ୬ ମାର୍ଚ୍ଚ ସାଥୀ (SATHEE) ନାମରେ ଏକ ଅନଲାଇନ୍ ପ୍ଲାଟଫର୍ମ ଚାଲୁ କରାଯାଉଛି। ଏହା ତିଆରି କରାଯାଇଛି ଶିକ୍ଷା ମନ୍ତ୍ରଣାଳୟର ପକ୍ଷରୁ। ଏଠାରେ ଆଇଆଇଟି ଓ ଆଇଆଇଏସସି-ର ଅଧ୍ୟାପକମାନଙ୍କର ରେକର୍ଡ କରାଯାଇଥିବା ଭିଡିଓ ଅପଲୋଡ୍ କରାଯିବ। ଯାହାର ମାଧ୍ୟମରେ JEE Main ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତିରେ ବ୍ୟସ୍ତ ପରୀକ୍ଷାର୍ଥୀମାନଙ୍କୁ ମାଗଣାରେ କୋଚିଂ ଦିଆଯିବ। ଏହି ପୋର୍ଟାଲଟି ତିଆରି କରାଯାଇଛି କାନପୁର ଆଇଆଇଟି-ର ସାହାଯ୍ୟରେ (IIT Kanpur)।
ଏହାର ଫଳସ୍ୱରୂପ ଯେଉଁ ସମସ୍ତ ଛାତ୍ର-ଛାତ୍ରୀ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଅଛନ୍ତି ଓ ଅର୍ଥନୈତିକ ଭାବରେ ଦୁର୍ବଳ ସେମାନେ ବହୁତ ସହଜରେ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ନେଇପାରିବେ। କାରଣ ଅନେକ ସମୟରେ ଦେଖାଯାଏ, ଏହି ସମସ୍ତ ପରୀକ୍ଷାର କୋଚିଂ ନେବା ପାଇଁ ଯେତେ ଟଙ୍କାର ଆବଶ୍ୟକ ହୁଏ ତାହା ସେମାନଙ୍କ ପାଖରେ ରହେ ନାହିଁ। ଫଳରେ ଅର୍ଥନୈତିକ ଭାବରେ ଦୁର୍ବଳ ପରିବାରଗୁଡ଼ିକର ସନ୍ତାନମାନେ ଇଚ୍ଛା ଓ ଯୋଗ୍ୟତା ଥାଇଥିଲେ ମଧ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାର ସ୍ୱପ୍ନ କେବେ ସଫଳ କରିପାରନ୍ତି ନାହିଁ।